୪
ମନ୍ ବାଦ୍ଲାଇଲା ଜିବନ୍
୧ କିରିସ୍ଟ ନିଜର୍ ଗାଗ୍ଡେ ଦୁକ୍କସ୍ଟ ମୁର୍ଚିକରି ଜେନ୍ତାରି ଚିନ୍ତା କର୍ତେ ରଇଲା, ତମେମିସା ସେନ୍ତାରି ଚିନ୍ତାକରି ଡାଟ୍ ଉଆ । କାଇକେବଇଲେ ଜେ ଗାଗ୍ଡେ ଦୁକ୍କସ୍ଟ ମୁରଚ୍ସି, ସେ ଆରି ପାପ୍ କର୍ବାକେ ମନ୍ ନ କରେ ।
୨ ତେବର୍ପାଇ ତମର୍ ମନ୍କେ ଜାଗରତ୍ କରା । ଜେନ୍ତାରିକି, ଏବେ ଅନି ତମର୍ ମରନ୍ ଜାକ, ପର୍ମେସର୍ ମନ୍ କଲା ଇସାବେ ଚଲାଚଲ୍ତି କର୍ସା । ତମର୍ ପାପର୍ ଗୁନ୍ ଚଲନ୍ ଇସାବେ କରାନାଇ ।
୩ କାଇକେବଇଲେ ପର୍ମେସର୍କେ ନାଜାନ୍ଲା ଲକ୍ ଜନ୍ଟା କର୍ବାକେ ମନ୍ କର୍ବାଇ, ସେନ୍ତାରି ତମେମିସା କର୍ତେ ରଇଲାସ୍ । ଆରି ସେନ୍ତାରି କରି କରି ଚୁଚାଇ ଚୁଚାଇ ଦିନ୍ ଗାଲା । ତମର୍ ଗାଗଡର୍ ପାପେରଇବା ଗୁନ୍ଚଲନ୍ ଇସାବେ ଲାଜର୍ ବିସଇ, ପାଦ୍ରା କାମ୍ କର୍ବାକେ ମନ୍ କର୍ବା ବିସଇ, ମାତିରଇବା ବିସଇ, କରାପ୍ ବିସଇଟାନେ ମଜାମଜ୍ଲିସ୍ କର୍ବା ବିସଇ ଆରି ପର୍ମେସର୍ ଗିନ୍କର୍ବା ପୁତ୍ଲା ପୁଜା କର୍ବାଟାମନ୍ କର୍ତେରଇଲାସ୍ ।
୪ ମାତର୍ ଏବେ, ବିସ୍ବାସ୍ ନ କଲା ଲକ୍ମନ୍ କାବାଅଇଗାଲାଇନି ଆରି ତମ୍କେ ନିନ୍ଦାର୍ କାତା କଇଲାଇନି । କାଇକେବଇଲେ ସେମନ୍ କରିରଇବା କାରାପ୍ ମଜାମଜ୍ଲିସ୍ ବିସଇତେଇ ତମେ ମିସାସ୍ ନାଇ ।
୫ ମାତର୍ ସେମନ୍ ନିଜେ ପର୍ମେସର୍କେ ଇସାବ୍ ଦେବାକେ ପଡ୍ସି । ସେ ବଁଚିରଇବା ଆରି ମରିରଇବା ସବୁକେ ବିଚାର୍ କର୍ବାକେ ଜାଗିଆଚେ ।
୬ ସେଟାର୍ପାଇ ସୁବ୍କବର୍ ମରିରଇବା ଲକ୍ମନ୍କେ ମିସା ଜାନାଇରଇଲାଇ । କାଇକେବଇଲେ ସବୁଲକ୍ମନ୍ ପାଇବା ଡଣ୍ଡ୍ ସେମନ୍ ପାଇରଇକରି ମରିରଇଲେ ମିସା ତାକର୍ ଆତ୍ମା ପର୍ମେସରର୍ ପାରା ବଁଚ୍ବାକେ ସୁବ୍ କବର୍ ଜାନାଇରଇଲାଇ ।
ଇସ୍ପର୍ ଦେବା ଦାନର୍ ନିମାନ୍ ଗୁମସ୍ତା
୭ ମାତର୍ ସବୁ ବିସଇ ସାର୍ବା ବେଲା ଲଗେ କେଟ୍ଲାବେ । ତେବର୍ପାଇ ନିଜେ ଜାଗରତ୍ ରୁଆ ଏନ୍ତାରି କଲେ ତମେ ନିକସଙ୍ଗ୍ ପାର୍ତନା କରିପାରାସ୍ ।
୮ ସବୁର୍ଟାନେଅନି ମୁକିଅ ବିସଇ ଅଇଲାନି ତମର୍ ତମର୍ ବିତ୍ରେ ଆଲାଦ୍ କରାକରି ଅଇବାଟା । କାଇକେବଇଲେ, ସେନ୍ତାରି ଆଲାଦ୍ କଲେ, ତମର୍ ତମର୍ ପାପ୍ ବିସଇ ଚିନ୍ତା ନ କରି ମୁର୍ଚିକରି କେମା ଦିଆଦିଇ ଅଇସା ।
୯ ତମର୍ ବିତ୍ରେ ମୁର୍ମୁରା ନଅଇ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଗତିଆ କରି ଡାକାଡାକି ଉଆ ।
୧୦ ତାକେ ବିସ୍ବାସ୍ କର୍ବା ସବୁଲକ୍କେ ପର୍ମେସର୍ ବିନ୍ ବିନ୍ ଦାନ୍ ସର୍ପିଦେଲା ଆଚେ । ଗଟେକ୍ ବିସ୍ବାସ୍ ରଇବା ଗତିଦାଙ୍ଗ୍ଡା ପାରା ସେ ଦେଇରଇବା ଦାନ୍ ବିନ୍ ଲକର୍ ମଙ୍ଗଲ୍ ଅଇବାକେ ଦିଆସ୍ ।
୧୧ ଜନ୍ ଲକ୍ମନ୍ କବର୍ ଜାନାଇଲାଇନି, ଆମେ ପର୍ମେସରର୍ କବର୍ ଜାନାଇଲୁନି, ବଲି ଜାଗ୍ରତ୍ ରଇବାର୍ ଆଚେ । ଜନ୍ ଲକ୍ମନ୍ ତାକର୍ ବାଇବଇନିମନ୍କେ ସେବା କଲାଇନି, ଆମେ ପର୍ମେସର୍ ବପୁ ଦେଲାକେସେ, ସେବାକଲୁନି ବଲି ଏତାଅତ୍ । ତମେ କରିରଇବା ସବୁ କାମେ ଜିସୁକିରିସ୍ଟର୍ଟାନେଅନି ପର୍ମେସର୍ ଡାକ୍ପୁଟା ପାଅ । ସେ ଆକା କାଲ୍ କାଲ୍ ଜୁଗ୍ ଜୁଗ୍ ମଇମା ଆରି ବପୁ ପାଇସି । ଆମେନ୍ !
କିରିସ୍ଟ ବିସ୍ବାସିର୍ ଦୁକ୍
୧୨ ଏ ମର୍ ମଇତର୍ମନ୍, ତମେ ବେସି ଦୁକ୍ କସ୍ଟ ମୁର୍ଚିକରି ରଇବାବେଲେ କାବାଅଇଜିବାର୍ ନାଇ । ନ ଅଇବା ବିସଇ ମକେ କେନ୍ତାରି ଗଟ୍ଲାନି ବଲି ବାବ୍ବାର୍ ନାଇ ।
୧୩ ତାର୍ ବାଦୁଲେ, କିରିସ୍ଟ ଦୁକ୍ କସ୍ଟ ମୁର୍ଚିକରି ରଇଲାର୍ ପାରା ତମ୍କେ ମୁରଚ୍ବାକେ ଆଇଲେ, ସାର୍ଦା ଉଆ । ଜନ୍ ଦିନେ ସେ ତାର୍ ଡାକ୍ପୁଟା ଦେକାଇସି, ସେ ଦିନେ ତମେ ଅଦିକ୍ ସାର୍ଦା ଅଇସା ।
୧୪ କିରିସ୍ଟର୍ ସିସ୍ ଅଇଲାର୍ ପାଇ ଲକ୍ମନ୍ ତମ୍କେ ନିନ୍ଦା କଲେ, ତମେ କେଡେକ୍ କରମର୍ ଲକ୍ ! କାଇକେବଇଲେ ବେସି ମଇମା ରଇବା ପର୍ମେସରର୍ ଆତ୍ମା ତମର୍ଟାନେ ଆଚେ ବଲି ଜାନିପାର୍ସା ।
୧୫ ତମର୍ ବିତ୍ରେ ଜଦି କେ ମିସା ନର୍ ମାର୍ଲାର୍ ପାଇ ନଇଲେ ଚର୍ ଅଇଲାର୍ ପାଇ କି ନିୟମ୍ ନ ମାନ୍ଲାର୍ପାଇ କି ବିନ୍ ଲକର୍ ବିସଇତେଇ ମୁଣ୍ଡ୍ ପୁରାଇଲାର୍ପାଇ ଦୁକ୍ କସ୍ଟ ପାଆନାଇ ।
୧୬ ମାତର୍ କିରିସ୍ଟକେ ବିସ୍ବାସ୍କରି ଜଦି ଦୁକ୍ କସ୍ଟ ପାଇଲେ ଲାଜ୍ ନ ଅଇ ପର୍ମେସର୍କେ ଡାକ୍ପୁଟା କରା । କାଇକେବଇଲେ ତମ୍କେ କିରିସ୍ଟର୍ ଲକ୍ ଇସାବେ ଲେକାଅଇଲା ଆଚେ ।
୧୭ କାଇକେବଇଲେ ପର୍ମେସର୍ ସବୁ ଲକ୍କେ ବିଚାର୍ କର୍ବାଦିନ୍ ଲଗେ କେଟ୍ଲା ଆଚେ । ଆରି ସେ ତାର୍ ନିଜର୍ ଲକ୍କେ ପର୍ତୁମ୍ ବିଚାର୍ କର୍ସି । ଜଦି ସେଟା ଆମର୍ ସଙ୍ଗ୍ ଆରାମ୍ ଅଇଲେ, ତାର୍ ସୁବ୍ କବର୍ ଚାଡିଦେଲା ଲକ୍ମନର୍ ଦସା କେନ୍ତାର୍ ଅଇସି ?
୧୮ ଦରମ୍ ସାସ୍ତରେ ଲେକାଅଇଲାପାରା,
“ଜଦି ଦରମ୍ ଲକ୍ ମୁକ୍ତି ପାଇବାଟା ଆବଡ୍
ପର୍ମେସରର୍ ବିସଇ କାଇ ଚିନ୍ତା ନ କର୍ବା ପାପିମନର୍ ବିସଇ କେନ୍ତାର୍ ରଇସି ?”
୧୯ ତେବର୍ପାଇ ପର୍ମେସର୍ ମନ୍ କଲାକେ ତମେ ଜଦି ଦୁକ୍ କସ୍ଟ ମୁର୍ଚିକରି ଆଚାସ୍, ସେନ୍ତାର୍ ଆଲେ ନିକ କାମ୍ କର୍ବାକେ ଲାଗିରୁଆ ଆରି ନିଜେ ତାକେ ସର୍ପିଉଆ । ସେ କାତା ଦେଇରଇଲାଟା ସିଦ୍ କର୍ସିଆକା ।