୧୨
ଜିସୁକେ ବେତ୍ନିଆଇ ଚିକନ୍ ଲାଗାଇଲା
(ମାତିଉ ୨୬:୬-୧୩; ମାର୍କ ୧୪:୩-୯)
୧ ଏତ୍କି ବିତ୍ରେ ଜିସୁ ନିସ୍ତାର୍ ପରବ୍ ଅଇବାକେ ଚ ଦିନର୍ ଆଗ୍ତୁ ବେତ୍ନିଆ ଗାଲା । ତେଇ ଲାଜାରର୍ ଗର୍ । ଜିସୁ ଏ ଲାଜାର୍କେସେ ମଲାଟାନେଅନି ଉଟାଇରଇଲା ।
୨ ସେ ରାତି ତେଇ ଜିସୁର୍ପାଇ ଗଟେକ୍ ବଜି ଟିକ୍ କଲାଇ । ଆରି ମାର୍ତା ସେମନ୍କେ କୁଆପୁଚା କରାଇତେରଇଲା । ଲାଜାର୍ ଜିସୁର୍ ସଙ୍ଗ୍ ବଜିତେଇ ବସି ରଇଲା ।
୩ ସେଡ୍କିବେଲେ ମରିୟମ୍ ଜଟାମାଉଁସ୍ ନାଉଁର୍ ବେସି ଦାମେ ତିଆର୍ ଅଇଲା ଅଦ୍ ଲିଟର୍ ବାସ୍ନା ଚିକନ୍ ଆନି ଜିସୁର୍ ପାଦେ ରକଇ ନିଜର୍ ଚେଣ୍ଡିସଙ୍ଗ୍ ପୁଚିଦେଲା । ଆରି ସେ ଚିକନର୍ ସୁନ୍ଦର୍ ବାସ୍ନା ଗୁଲାଇ ଗର୍ ଗମ୍କିଗାଲା ।
୪ ଜିସୁର୍ ସିସ୍ମନର୍ ବିତ୍ରେ ଅନି ଇସ୍କାରିୟତ୍ ଜିଉଦା ନାଉଁର୍ ସିସ୍, ଜେ କି ଜିସୁକେ ସତ୍ରୁମନ୍କେ ସର୍ପିଦେବାକେ ଜାଇତେ ରଇଲା, ସେ କଇଲା,
୫ “ଏ ବାସ୍ନା ଚିକନ୍ ତିନ୍ ସଅ ରୁପା ଟାଙ୍ଗାକେ ବିକିକରି ସେ ଡାବୁ ଗରିବ୍ ଲକ୍ମନ୍କେ ଦେଲେ ନଇତା କି ?”
୬ ଇସ୍କାରିୟତ୍ ଜିଉଦା ଗରିବ୍ ଲକ୍ମନର୍ପାଇ ଚିନ୍ତା କର୍ତେରଇଲାଜେ ଏନ୍ତି କଇଲା ବଲି ନାଇ, ମାତର୍ ସେ ଗଟେକ୍ ଚର୍ । ତାର୍ ଦାଇତେ ରଇଲା ଟାଙ୍ଗାମୁନା ଟାନେଅନି ସେ ନିଜର୍ ପାଇ କେତେକ୍ କେତେକ୍ ଲୁଚାଇ ନେଇତେରଇଲା ।
୭ ମାତର୍ ଜିସୁ କଇଲା, “ତାକେ କାଇଟା ବଲି କୁଆ ନାଇ, ତାର୍ଟାନେ ଜେତ୍କି ଆଚେ, ସେଟା ଜେନ୍ତିକି ମର୍ ସମାଦି ଦିନର୍ପାଇ ସଙ୍ଗଇଆଚେ ।
୮ ଗରିବ୍ ଲକ୍ମନ୍ ତା ସବୁବେଲେ ତମର୍ ସଙ୍ଗ୍ ରଇଲାଇନି, ମାତର୍ ମୁଇ ସବୁବେଲେ ନ ରଇ ।”
ଲାଜାର୍ ବିରୁଦେ କୁଟ୍ ପାଁଚ୍ବାଟା
୯ ଏତ୍କିବିତ୍ରେ ଜିସୁ ବେତ୍ନିଆଇ ଆଚେ ବଲି ଜାନିକରି ବେସି ଜିଉଦି ଲକ୍ମନ୍ ଆଇଲାଇ । ଅବ୍କା ଜିସୁକେ ସେ ଦେକ୍ବାକେ ନାଇ, ମାତର୍ ଜନ୍ ଲାଜାର୍କେ ଜିସୁ ମଲାଟାନେଅନି ଉଟାଇରଇଲା ତାକେ ମିସା ଦେକ୍ବାର୍ ଆସିରଇଲାଇ ।
୧୦ ମାତର୍ ମୁକିଅ ପୁଜାରିମନ୍ ଲାଜାର୍କେ ମିସା ମରାଇବାକେ ଜଜ୍ନା କଲାଇ ।
୧୧ କାଇକେବଇଲେ ତାର୍ଲାଗି ବଲି କେତେକ୍ କେତେକ୍ ଜିଉଦି ଲକ୍ମନ୍ ନେତାମନ୍କେ ଚାଡି ଜିସୁକେ ବିସ୍ବାସ୍ କର୍ତେରଇଲାଇ ।
ଜିସୁ ଜିରୁସାଲାମ୍ ପୁର୍ବାଟା
(ମାତିଉ ୨୧:୧-୧୧; ମାର୍କ ୧୧:୧-୧୧; ଲୁକ୍ ୧୯:୨୮-୪୦)
୧୨ ତାର୍ ଆର୍କର୍ ଦିନେ ରକିଆପାଇବା ପରବେ ଆସିରଇବା ବେସି ଲକ୍ମନ୍ ଜିସୁ ଜିରୁସାଲାମ୍ ଆଇଲାନି ବଲି ସୁନ୍ଲାଇ ।
୧୩ ସେଟାର୍ ପାଇ ସେମନ୍ କଜ୍ରିଡାଲ୍ ଦାରି ଜିସୁକେ ବେଟ୍ଅଇବାର୍ ଗାଲାଇ, ଆରି ଆଉଲିଅଇକରି କଇଲାଇ, “ଅସାନା, ଜେ ମାପ୍ରୁର୍ ନାଉଁଦାରି ଆଇଲାନି ତାର୍ ମଙ୍ଗଲ୍ ଅ, ପର୍ମେସର୍ ତାକେ ଆସିର୍ବାଦ୍ କର । ସେ ଇସ୍ରାଏଲର୍ ରାଜା ଡାକ୍ପୁଟା ପାଅ ।”
୧୪ ଆରି ଜିସୁ ଗଟେକ୍ ଗଦ ପିଲାର୍ ଉପ୍ରେ ବସି ଆଇତେ ରଇଲା । ଜେନ୍ତିକି ସାସ୍ତରେ ଲେକାଅଇଲା ଏ ବବିସତ୍ କାତା ସିଦ୍ ଅଇଲା ।
୧୫ “ଏ ସିୟନ୍ ନଅରର୍ ଲକ୍ମନ୍, ତମେ ଡରାନାଇ
ଦେକା ତମର୍ ରାଜା ଗଟେକ୍ ଗଦ ପିଲାର୍
ଉପ୍ରେ ବସି ଆଇଲାନି ।”
୧୬ ପର୍ତୁମ୍ ପର୍ତୁମ୍ ଜିସୁର୍ ସିସ୍ମନ୍ ଏ ବିସଇ ବୁଜି ନ ରଇଲାଇ । ମାତର୍ ଜିସୁ ଜେଡେବେଲା ମଲାଟାନେଅନି ଉଟ୍ଲା ପଚେ ଏ ସବୁଜାକ ଲେକା ଏତାଇଲାଇଜେ, ସାସ୍ତରେ ତାର୍ ବିସଇସେ ଲେକା ଅଇରଇଲା । ଆରି ସେମନ୍ ତାର୍ ପାଇ ସବୁ କାମ୍ କରିରଇଲାଇ ।
୧୭ ଜିସୁ ଲାଜାର୍କେ ମଲାଟାନେଅନି ଉଟାଇକରି ସମାଦିଅନି ବାରଇବାକେ କଇଲାବେଲେ ଜନ୍ ଲକ୍ମନ୍ ଜିସୁର୍ ସଙ୍ଗ୍ ରଇଲାଇ, ସେମନ୍ ସେ ଗଟ୍ନା ବିସଇର୍ ସାକି ଦେବାର୍ ଦାର୍ଲାଇ ।
୧୮ ସେଟାର୍ପାଇ ଲକ୍ମନ୍ ତାକେ ବେଟ୍ଅଇବାକେ ଜାଇରଇଲାଇ । କାଇକେବଇଲେ ସେ ଆକା ଏ କାବା ଅଇବା କାମ୍ମନ୍ କଲାନି ବଲି ସେମନ୍ ସୁନିରଇଲାଇ ।
୧୯ ତେଇ ପାରୁସିମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଦେକ୍ଲାସ୍ନି କାଇକି, ଆମେ ଚେସ୍ଟା କଲାଟା ଗଟେକ୍ ମିସା ଅଏନାଇ, ଦେକାନି ଗୁଲାଇ ଦୁନିଆଜାକ ତାର୍ ପଚେ ଗାଲାନି ।”
କେତେଟା ଗିରିକ୍ ଲକ୍ମନ୍ ଜିସୁକେ କଜ୍ବାଟା
୨୦ ନିସ୍ତାର୍ ପରବ୍ କର୍ବାକେ ଆସିରଇବା ଲକ୍ମନର୍ ବିତ୍ରେ ଗିରିକ୍ ଲକ୍ମନ୍ ମିସା କେତେଲକ୍ ରଇଲାଇ ।
୨୧ ସେମନ୍ ପିଲିପର୍ ଲଗେ ଆସି ତାକେ କଇଲାଇ, “ଏ ଆଗିଆଁ ଆମେ ଜିସୁକେ ଦେକ୍ବାକେ ମନ୍ କଲୁନି ।” ପିଲିପ୍ ବେତ୍ସାଇଦାର୍ ଲକ୍ ରଇଲା ।
୨୨ ପିଲିପ୍ ଜାଇ ଆନ୍ଦ୍ରିୟକେ ଏ କବର୍ ଜାନାଇଲାକେ ସେମନ୍ ଜାଇ ଜିସୁକେ କଇଲାଇ ।
୨୩ ଜିସୁ ସେମନ୍କେ କଇଲା, “ପର୍ମେସର୍ତେଇ ଅନି ଆଇଲା ନର୍ପିଲା ମୁଇ ଡାକ୍ପୁଟା ପାଇବା ବେଲା ଆସି କେଟି ଆଚେ ।
୨୪ ମୁଇ ତମ୍କେ ସତ୍କାତା କଇଲିନି ଜଦି ଗଅମ୍ ମୁଞ୍ଜି ବୁଏଁ ଅଦ୍ରି ନ ମର୍ବା ଜାକ ସେନ୍ତିସେ ରଇସି । ସେଟା ମଲେ ସେ ବେସି ମୁଞ୍ଜି ଦାର୍ସି ।
୨୫ ଜେ ନିଜର୍ ଜିବନ୍କେ ବେସି ଆଲାଦ୍ କର୍ସି, ସେ ସେଟା ଆରାଇସି । ଜେ ନିଜର୍ ଜିବନ୍ ଗିନ୍ କର୍ତେରଇସି, କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ତାର୍ ଜିବନ୍ ରକିଆ କର୍ସି ।
୨୬ ଜନ୍ ଲକ୍ ମର୍ ସେବା କର୍ବାକେ ମନ୍ କଲାନି, ସେ ମର୍ ସଙ୍ଗ୍ ଆସ । ମୁଇ ଜନ୍ ଜାଗାଇ ରଇବି, ମର୍ ସେବା କାମ୍ କର୍ବା ଲକ୍ମନ୍ମିସା ସେ ଜାଗାଇ ରଇବାଇ । ଆରି ସେ ମର୍ ଆରି ମର୍ ବାବା ପର୍ମେସରର୍ ସନ୍ମାନ୍ ପାଇସି ।”
ଜିସୁ ତାର୍ ମରନ୍ ବିସଇ ନେଇ କଇବାଟା
୨୭ ଏବେ ମର୍ ଜିବନ୍ ବେସି ବାୟାବିକଲ୍ ଅଇଗାଲାନି । କାଇଟା କଇବି ? ଏ ବାବା ମକେ ଏ ଦୁକର୍ ବେଲାଇଅନି ରକିଆ କର୍ ବଲି ଗୁଆରି କର୍ବି କି ? ନାଇ ସେନ୍ତି ନ କଇ । ଦୁକ୍ କସ୍ଟ ମୁରଚ୍ବାକେ ସେ ମୁଇ ଆଇଲିଆଚି ।
୨୮ ଏ ବାବା ତର୍ ନାଉଁ ଡାକ୍ପୁଟା କର । ସେ ବେଲା ସର୍ଗେଅନି ଏ କାତା କଇବା ସବଦ୍ ଆଇଲା, “ମର୍ ନାଉଁ ଡାକ୍ପୁଟା କଲିଆଚି, ଆରି ତରେକ୍ ଡାକ୍ପୁଟା କର୍ବି ।”
୨୯ ତେଇ ଟିଆଅଇ ରଇଲା ଲକ୍ମନ୍ ଏ ସବଦ୍ ସୁନି କରି “ଏଟା ବାଦଲ୍ ଗୁଡ୍ଗୁଡ୍ଲା” ବଲି କଇଲାଇ । ମାତର୍ ଅଦେକ୍ ଲକ୍ମନ୍, “ସର୍ଗେଅନି ଗଟେକ୍ ଦୁତ୍ ତାର୍ ସଙ୍ଗ୍ କାତା ଅଇଲାନି” ବଲି କଇଲାଇ ।
୩୦ ଜିସୁ ସେ ଲକ୍ମନ୍କେ କଇଲା, “ଏ ସବଦ୍ ମର୍ ପାଇ ଅଏନାଇ, ମାତର୍ ତମର୍ ପାଇସେ ଅଇଲା ।
୩୧ ଏବେ ଏ ଦୁନିଆର୍ ବିଚାର୍ କର୍ବା ଦିନ୍ କେଟ୍ଲା ଆଚେ, ଏ ଦୁନିଆର୍ ସାସନ୍ କରୁକେ ମୁଇ ବାଇରେ ପିଙ୍ଗିଦେବି ।
୩୨ ଆରି ମକେ କୁର୍ସେ ଟେକ୍ଲେ, ସବୁ ଲକ୍ମନ୍କେ ମର୍ବାଟେ ଜିକ୍ବି ” ବଲି କଇଲା ।
୩୩ ସେ କେନ୍ତିଅଇ ମର୍ବାକେ ଗାଲାନି, ସେଟା ଜାନାଇବାକେ ଏନ୍ତି କଇରଇଲା ।
୩୪ ସେବେଲା ସବୁ ଲକ୍ମନ୍ ତାକେ କଇଲାଇ, “ମସିଅ ସବୁ ଦିନର୍ ପାଇ ବଁଚି ରଇସି ବଲି ଆମର୍ ସାସ୍ତରେ ଲେକା ଆଚେ । ତୁଇ କେନ୍ତି ପର୍ମେସରର୍ ପିଲାକେ କୁର୍ସେ ଟେକ୍ବାଇ ବଲି କଇଲୁସ୍ନି ? ଏନ୍ତିବଇଲେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା କେ ତେବେ ?”
୩୫ ଜିସୁ ସେମନ୍କେ କଇଲା, “ଏବେ ତମର୍ ମୁଆଟେ ଜନ୍ ଉଜଲ୍, ଉଜଲ୍ ଦେଲାନି, ସେଟା ଚନେକର୍ପାଇସେ ରଇସି । ଜନ୍ ଜାଗାଇ ଜିବାର୍ ଆଚେ, ଉଜଲ୍ ରଇତେ ଆକା ଇଣ୍ଡା । ସେନ୍ତାର୍ଆଲେ ତମ୍କେ ଆନ୍ଦାର୍ ନ ଡାବେ । ଆନ୍ଦାରେ ରଇବା ଲକ୍ କେନେ ଗାଲାନି ସେଟା ନାଜାନେ ।
୩୬ ସେଟାର୍ ପାଇ ତମର୍ ଲଗେ ଉଜଲ୍ ରଇତେସେ ଉଜଲ୍ ପାରା ରଇବା ମର୍କାତା ବିସ୍ବାସ୍ କରା । ତେବେ ତମେ ଉଜଲର୍ ଲକ୍ ଅଇସା ” ବଲିକରି କଇଲା । ଜିସୁ ଏ କାତା କଇକରି ଉଟିଗାଲା ଆରି ସେମନ୍କେ ନ ଦେକାଇଅଇକରି ରଇଲା ।
ଲକ୍ମନ୍ ବିସ୍ବାସ୍ ନ କର୍ବାଟା
୩୭ ଜିସୁ ସେମନର୍ ଦେକ୍ତେ କେତେକ୍ କେତେକ୍ କାବା ଅଇଜିବା କାମ୍ମନ୍ କରିରଇଲେ ମିସା, ସେମନ୍ ତାକେ ବିସ୍ବାସ୍ କରତ୍ନାଇ ।
୩୮ ଜେନ୍ତାରି ଜିସାୟ ବବିସତ୍ବକ୍ତା କଇଲା କାତା ସତ୍ ଅଇଲା । ସେ ଏନ୍ତି କଇରଇଲା,
“ଏ ମାପ୍ରୁ, ଆମେ କଇଲା କାତା ସୁନିକରି କେ ବିସ୍ବାସ୍ କଲାଆଚେ ?
ଆରି ମାପ୍ରୁ କାର୍ଲଗେ ତାର୍ ରକିଆ କର୍ବା ବପୁ ଦେକାଇଲା ?”
୩୯ ସେଟାର୍ପାଇ ସେମନ୍ ବିସ୍ବାସ୍ ନ କର୍ତେରଇଲାଇ । ତେବେ ଜିସାୟ ଆରିତରେକ୍ କଇଲାଆଚେ,
୪୦ ପର୍ମେସର୍ ଜେନ୍ତିକି ତାକର୍ ଦେକ୍ବା ଆଁକି କାଣା କରିଦେଇଆଚେ
ଆରି ସେମନର୍ ବୁଜ୍ବା ବପୁ ନସାଇଦେଇଆଚେ
ସେଟାର୍ପାଇ ସେମନ୍ ଦେକି ନାପାର୍ଲାଇନି
କି ମୁଲ୍କେ ବୁଜି ନାପାର୍ଲାଇନି ।
ସେମନ୍ ନିକ ଅଇବାକେ ମର୍ଟାନେ ବାଉଡି ଆସତ୍ନାଇ ।
ଏଟା ପର୍ମେସର୍ କଇଲାନି । ଆମେ ସେମନ୍କେ ନିକ ନ କରୁ ।
୪୧ ଜିସାୟ ବବିସତ୍ବକ୍ତା ପୁର୍ବେ ଜିସୁ ମାପ୍ରୁର୍ ଏ ସବୁ ମଇମା ଜାନିରଇଲାଜେ ଏନ୍ତି ବଲି କଇରଇଲା ।
୪୨ ଏଲେ ମିସା ଜିଉଦି ନେତାମନର୍ ବିତ୍ରେଅନି କେତେ ଲକ୍ ତାକେ ବିସ୍ବାସ୍ କଲାଇ । ମାତର୍ ସେମନ୍ ପାରୁସି ମନର୍ଲାଗି ପାର୍ତନା ଗରେ ଅନି ବାର୍କରାଇଦେବାଇ ବଲି ଡରିକରି କାତାବାର୍ତା ନ ଅଇତେ ରଇଲାଇ ।
୪୩ ସେମନ୍ ପର୍ମେସର୍କେ ମାନାଇବା ଟାନେଅନି ଲକ୍ମନ୍କେ ମାନାଇବାଟା ଅଦିକ୍ ନିକ ବଲି ବାବ୍ତେରଇଲାଇ ।
ଜିସୁର୍ ବାକିଅ ନେଇ ଲକ୍ମନର୍ ବିଚାର୍
୪୪ ଜିସୁ ଆଉଲିଅଇ କଇଲା, “ଜନ୍ ଲକ୍ ମକେ ବିସ୍ବାସ୍ କର୍ସି, ସେ ମକେସେ ବିସ୍ବାସ୍ କରେନାଇ, ମକେ ଜେ ପାଟାଇଲା ଆଚେ, ତାକେ ମିସା ବିସ୍ବାସ୍ କଲାନି ।”
୪୫ ଜେ ମକେ ଦେକି ଆଚେ, ସେ ମକେ ପାଟାଉକେ ମିସା ଦେକି ଆଚେ ।
୪୬ ମୁଇ ଜଗତର୍ ଉଜଲ୍ ଅଇ ଆଇଲିଆଚି । ଜେ ମକେ ବିସ୍ବାସ୍ କର୍ସି, ସେ ଆରି ଆନ୍ଦାରେ ନ ରଏ ।
୪୭ ଜେ ମର୍ ବାକିଅ ସୁନି ନ ମାନେ, ମୁଇ ତାର୍ ବିଚାର୍ ନ କରି । କାଇକେବଇଲେ ମୁଇ ଜଗତର୍ ଲକ୍ମନ୍କେ ବିଚାର୍ କର୍ବାର୍ ଆସିନାଇ, ମାତର୍ ସେମନ୍କେ ରକିଆ କର୍ବାର୍ ଆସିଆଚି ।
୪୮ ଜେ ମକେ ନିଚି କରି ମର୍ ବାକିଅ ନ ମାନେ, ମର୍ ଟଣ୍ଡର୍ ବାକିଅ ତାର୍ ବିଚାର୍ କାରିଆ ଅଇସି । ସାରାସାରି ଦିନେ ସେ ବାକିଅସେ ତାକେ ବିଚାର୍ କର୍ସି ।
୪୯ ମୁଇ ନିଜର୍ ମନେ ଅନି କାଇଟା ମିସା କଇନାଇ, ଏ କାତା ସତ୍ । ମାତର୍ ମୁଇ କଇବାଟା ମକେ ପାଟାଇରଇବା ବାବା ଆଦେସ୍ ଦେଇଆଚେ ।
୫୦ ଆରି ମୁଇ ଜାନିଆଚି, ତାର୍ ଆଦେସ୍ ନ ସାର୍ବା ଜିବନ୍ ଦେଇସି । ମର୍ ବାବା ମକେ ଜନ୍ କାତା କଇବାକେ ଆଦେସ୍ ଦେଇଆଚେ, ସେଟାସେ ମୁଇ କଇଲିନି ।