୬
ସାତ୍ଟା ସେବାକାରିଆମନ୍
୧ ସେ ବେଲା, ବେସି ଜିଉଦି ଲକ୍ମନ୍ ଜିସୁର୍ ସିସ୍ ଅଇ ଆଇଲାଇ । ଗିରିକ୍ ବାସା କଇତେରଇବା ଜିଉଦିମନ୍, ଏବ୍ରି ବାସା କଇତେରଇବା ଜିଉଦିମନର୍ ବିରୁଦେ କାତା ଉଟାଇଲାଇ । କାଇକେବଇଲେ ଗିରିକ୍ ବାସାଇ କାତା ଅଇବା ଜିଉଦିମନ୍, ରାଣ୍ଡିମନ୍କେ ଦିନ୍କର୍ କାଦି ବାଟା କଲାବେଲେ ତାକର୍ ରାଣ୍ଡିମନ୍କେ ଏଲା କର୍ତେରଇଲାଇ ପନି ।
୨ ସେଟାର୍ ପାଇ ବାର୍ଟା ପେରିତ୍ ସିସ୍ମନ୍ ସବୁ ବିସ୍ବାସିମନ୍କେ ରୁଣ୍ଡାଇକରି କଇଲାଇ, “କାଇବାଟା ବାଟାକର୍ବାର୍ ଆଚେ ବଲିକରି ପର୍ମେସରର୍ ବାକିଅ ସିକାଇବାଟା ଜଦି ଆମେ ଏଲା କର୍ବୁ ବଇଲେ ସେଟା ନିକ ବିସଇ ନଏଁ ।
୩ ସେଟାର୍ ପାଇ ଏ ବାଇବଇନିମନ୍, ତମର୍ ବିତ୍ରେଅନି ସୁକଲ୍ଆତ୍ମାଇ ଆରି ଗିଆନେ ପୁରାପୁରୁନ୍ ଅଇରଇବା ଲକ୍ ବଲି ସବୁଲକ୍ ଜାନିରଇବା ସାତ୍ ଲକ୍କେ ବାଚା । ଆମେ ସେମନ୍କେ ଏ ସବୁ ବିସଇ କର୍ବାକେ ଦାଇତ୍ ଦେବୁ ।
୪ ସେନ୍ତାର୍ ଆଲେ ପାର୍ତନା ଆରି ପର୍ମେସରର୍ ବାକିଅ ସିକାଇବାକେ ଆମେ ସବୁ ଦିଆନ୍ ଦେଇପାରିଅଇସି ।”
୫ ଦଲର୍ ସବୁ ଲକ୍ ପେରିତ୍ ସିସ୍ମନର୍ କଇଲା କାତାଇ ରାଜିଅଇଲାଇ, ଆରି ଏ କାମ୍ କର୍ବାକେ ବିସ୍ବାସ୍ ଆରି ସୁକଲ୍ ଆତ୍ମାଇ ପୁରୁନ୍ ଅଇରଇବା ତିପାନ୍ ନାଉଁର୍ ଗଟେକ୍ ଲକ୍, ଆରି ପିଲିପ୍, ପକ୍ରସ୍, ନିକାନର, ତିମନ୍, ପର୍ମନା ଆରି ଆଗେ ଜିଉଦି ଦରମ୍ ବିସ୍ବାସ୍ କରିରଇବା, ଆନ୍ଟିକିୟଇ ଅନି ଆସିରଇବା ଗଟେକ୍ ଜିଉଦି ନ ଅଇଲା, ନିକଲାୟକେ ବାଚ୍ଲାଇ ।
୬ ବିସ୍ବାସିମନ୍ ଏ ସାତ୍ଲକ୍କେ ପେରିତ୍ମନର୍ ଲଗେ ଆନ୍ଲାଇ । ସେମନ୍କେ, ଆତ୍ ସଙ୍ଗଇ ପାର୍ତନା କଲାଇ ।
୭ ଏନ୍ତାରି ପର୍ମେସରର୍ ବାକିଅ ଗୁଲାଇବାଟର୍ ଲକ୍ ସୁନ୍ଲାଇ । ଜିରୁସାଲମେ ଅଦିକ୍ ଅଦିକ୍ ସିସ୍ମନ୍ ବଡ୍ବାର୍ ଦାର୍ଲାଇ, ବେସି ପୁଜାରିମନ୍ ମିସା ଜିସୁକେ ବିସ୍ବାସ୍ କଲାଇ ।
ତିପାନ୍କେ ଦାରିନେଲାଇ
୮ ପର୍ମେସର୍ଟାନେ ବେସି ଆସିର୍ବାଦ୍ ପାଇ ଆରି ବପୁ ସଙ୍ଗ୍ ପୁରୁନ୍ ଅଇରଇବା ତିପାନ୍, ଲକ୍ମନର୍ ବିତ୍ରେ ବେସି ନ ଅଇବା କାମ୍ମନ୍, କାବା ଅଇଜିବା କାମ୍ମନ୍ ସାଦନ୍ କଲା ।
୯ ମାତର୍ କେତେଲକ୍ ତାକେ ବିରଦ୍ କଲାଇ । ଏମନ୍ ଗତି କଟ୍ବାତେଇଅନି, ମୁକ୍ଲିରଇବା ଜିଉଦିମନ୍କେ ନେଇ, ଅଇରଇବା ପାର୍ତନା ଗରର୍ କେତେ ଲକ୍, ସେମନର୍ ବିତ୍ରେଅନି କେତେଲକ୍ ସାରିଆ ଅନି, କେତେକ୍ ଆଲେକ୍ଜାଣ୍ଡ୍ରିଆ ଅନି । ସେମନ୍ ସିଲିସିଆ ଅନି ଆରି ଆସିଆଇଅନି ଆସିରଇବା ବିନ୍ ଜିଉଦିମନର୍ ସଙ୍ଗ୍ ମିସିକରି ତିପାନର୍ ବିରଦେ ଦଦାପେଲା ଅଇଲାଇ ।
୧୦ ମାତର୍ ସୁକଲ୍ ଆତ୍ମା ତିପାନ୍କେ ଏନ୍ତି ଗିଆନ୍ ଦେଲାଜେ, କେମିସା ତାର୍ କାତା ଚାଡାଇକରି କଇ ନାପାର୍ତେ ରଇଲାଇ ।
୧୧ ଏଲେମିସା ସେ “ମସାର୍ ବିରଦେ ଆରି ପର୍ମେସରର୍ ବିରଦେ କାତା କଇବାଟା ଆମେ ସୁନ୍ଲୁ ।” ବଲି, ଏ ମିଚ୍ ସାକି ଦେବାକେ କେତେ ଲକ୍କେ ଲାଁଚ୍ ଦେଇ ଉସ୍କାଇଲାଇ ।
୧୨ ଏନ୍ତାରିକରି ସେମନ୍ ଲକ୍ମନ୍କେ, ପାର୍ଚିନ୍ମନ୍ ଆରି ସାସ୍ତର୍ ସିକାଉମନ୍କେ ରିସା ଅଇବା କାତା କଇଲାଇ । ଆରି ତିପାନ୍କେ ଦାରି ବଡ୍ସବାଇ ନେଲାଇ ।
୧୩ ତାର୍ ପଚେ ସେମନ୍ ତାର୍ ବିରୁଦେ ମିଚ୍ ସାକି ଦେବାକେ କେତେଟା ଲକ୍ମନ୍କେ ବିତ୍ରେ ଆନ୍ଲାଇ । ସେମନ୍ କଇଲାଇ, “ଏ ଲକ୍ ସବୁବେଲେ ଆମର୍ ସୁକଲ୍ ମନ୍ଦିର୍ ଆରି ମସାର୍ ରିତିନିତି ବିରୁଦେ ନିନ୍ଦା କାତା କଇବୁଲ୍ଲାଇନି ।
୧୪ ନାଜରିତର୍ ଜିସୁ ମନ୍ଦିର୍ ବାଙ୍ଗାଇ ପାକାଇସି ଆରି ଆମେ ମସାର୍ ଟାନେଅନି ପାଇ ରଇବା ସବୁ ବିଦିବିଦାନ୍ ବାଦ୍ଲାଇ ଦେଇସି ବଲି ଏ ଲକ୍ କଇବାଟା ଆମେ ସୁନି ଆଚୁ ।”
୧୫ ସେଡ୍କି ବେଲେ ବଡ୍ସବାଇ ବସି ରଇବା ସବୁ ଲକ୍ ଆକିଗାଡି ତିପାନର୍ ବାଟେ ଦେକ୍ଲାଇ ଜେ, ଏଦେ ଦେକା ! ତାର୍ ମୁ ସରଗର୍ ଦୁତ୍ ପାରା ଡିସ୍ତେ ରଇଲା ।